୧୬-ସାଇକ୍‌ ଗ୍ରହାଣୁରେ ଭରି ରହିଛି ଟନ୍‌ ଟନ୍‌ ସୁନା ଓ ପ୍ଲାଟିନମ୍‌

ଓ୍ବାଶିଂଟନ୍‌,୨୫।୮: ପୃଥିବୀ ନିକଟକୁ ଗ୍ରହାଣୁ ଆସିଲେ ମହାକାଶ ବିଜ୍ଞାନୀଙ୍କ ମନରେ ଶଙ୍କା ଜାତ ହୋଇଥାଏ। ଯଦି ଦୈବାତ୍‌ ଏହା ପୃଥିବୀ ସହ ଧକ୍କା ଲାଗିଲା ତେବେ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଥାଏ। ତେବେ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଘୁରିବୁଲୁଥିବା ଗ୍ରହାଣୁ ୧୬-ସାଇକ୍‌ ପୃଥିବୀ ବାସୀଙ୍କୁ ଧନୀ କରିଦେଇପାରେ। ଏଥିରେ ଟନ୍‌ ଟନ୍‌ ଓଜନର ସୁନା ଓ ପ୍ଲାଟିନମ୍‌ ଧାତୁ ଭରି ରହିଛି। ଏହା ପୃଥିବୀରେ ପଡ଼ିଲେ କୋଟି କୋଟି ଟଙ୍କାର ସୁନା ଓ ପ୍ଲାଟିନମ୍‌ ପୃଥିବୀ ବାସୀଙ୍କୁ ମିଳିବ ବୋଲି ନାସାର ମହାକାଶ ବିଜ୍ଞାନୀ ମତ ଦେଇଛନ୍ତି। ଏହି ଗ୍ରହାଣୁ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ୨୦୨୨ରେ ନାସା ପକ୍ଷରୁ ଏକ ମହାକାଶଚାରୀଙ୍କ ଦଳ ପଠାଯିବ। ୧୬-ସାଇକ୍‌ ପୃଷ୍ଠରୁ କିଛି ଅଂଶ ସଂଗ୍ରହ କରି ପୃଥିବୀରେ ଏହା ଉପରେ ଅଧିକ ଗବେଷଣା କରାଯିବାର ଯୋଜନା ଥିବା ନାସା କହିଛି।

Share