Advertisement

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ ଜବତ କରିଛି। ମୃତକ ଜଣକ ହେଉଛନ୍ତି କାଦେ ମାଝୀ। ସୂଚନାଯୋଗ୍ୟ, ଗୁରୁବାର ରାତିରେ କେହି ଦୁର୍ବୃତ୍ତ କାଦେଙ୍କୁ ହତ୍ୟାକରି ଘର ସମ୍ମୁଖରେ ଫିଙ୍ଗି ଦେଇଥିଲେ। ସକାଳୁ କାଦେଙ୍କ ପୁଅ ଫାଗୁ ବାପାଙ୍କ ମୃତ ଦେହ ଦେଖିବା ପରେ ସ୍ଥାନୀୟ ଗ୍ରାମରକ୍ଷୀଙ୍କୁ ଖବର ଦେଇଥିଲେ। ଅପରପକ୍ଷରେ ୧୬ ହଜାର ଟଙ୍କା ପାଇଁ ବାପାଙ୍କୁ ଗାଁର ସଂଘ ପିଲା ମିଶି ପିଟି ପିଟି ମାରିଦେଇ ଘର ସମ୍ମୁଖରେ ଫୋପାଡ଼ି ଦେଇଛନ୍ତି ବୋଲି ପୁଅ ଫାଗୁ ଅଭିଯୋଗ କରିଛନ୍ତି। କାରଣ ୬ ମାସ ତଳେ ଅନ୍ୟ ଗାଁରୁ ଚାଲିଆସିଥିବା ଏକ ବଳଦକୁ କାଦେ ୮ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏନେଇ ଗ୍ରାମବାସୀ ସଭା ଡକାଇ କାଦେଙ୍କୁ ୧୬ ହଜାର ଟଙ୍କା ଦାବି କରିଥିଲେ। କାଦେ ଟଙ୍କା ନ ଦେଇ ପାରିଥିବାରୁ ଗଁା ପିଲା ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଫାଗୁ କହିଛନ୍ତି। ଅପରପକ୍ଷରେ ଏ ଘଟଣାକୁ ନେଇ ଉକ୍ତ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଘଟଗାଁ ଏସଡିପିଓ, ପାଟଣା ଥାନା ଅଧିକାରୀ ଓ କେନ୍ଦୁଝର ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share