୧୬, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୩ା୬: ଭାରତରେ ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ବିଶ୍ୱରେ ବ୍ରିଟେନକୁ ଟପି ଚଚୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ସ୍ଥିତି ସୁଧାରିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ଆଗାମୀ ୧୬ ଓ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଲକ୍‌ଡାଉନ୍‌ ଉଠିବା ଓ ପ୍ରବାସୀଙ୍କ ଆଗମନ ପରେ ନୂଆ ମାମଲା ବଢ଼ି ବଢ଼ି ଚାଲିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ତାମିଲନାଡ଼ୁ ଓ ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ଦେଖାଦେଇଛି। କରୋନାର ସଫଳ ମୁକାବିଲା ଲାଗି ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Share