ନୂଆଦିଲ୍ଲୀ,୧୩।୫: ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ମାର୍ଚ୍ଚ ମାସରେ ୧୬.୭% କମିଛି। ଲକ୍ଡାଉନ ଯୋଗୁ ଖଣି,ମାନୁଫାକ୍ଚରିଂ ଏବଂ ଇଲେକ୍ଟ୍ରିସିଟି କ୍ଷେତ୍ରର ଉତ୍ପାଦନ କମିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାର ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି। ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) ଗତ ବର୍ଷ ମାର୍ଚ୍ଚରେ ୨.୭% ବଢିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍ଏସ୍ଓ) ଡାଟା ମୁତାବକ ମାନୁଫାକ୍ଚରିଂ କ୍ଷେତ୍ର ଉତ୍ପାଦନ ୨୦.୬% ଖସିଛି। ଏହା ଗୋଟିଏ ବର୍ଷ ତଳେ ୩.୧% ଅଭିବୃଦ୍ଧି ହାସଲ କରିଥିଲା। ସେହିଭଳି ବିଦ୍ୟୁତ୍ ଉତ୍ପାଦନ ୬.୮% ହ୍ରାସ ଘଟିଥିବା ବେଳେ ଖଣି କ୍ଷେତ୍ରରେ ଉତ୍ପାଦନ ଫ୍ଲାଟ୍ ରହିଛି।