Categories: ଜାତୀୟ

୧୭ଦିନ ଝିଅର ମୁହଁ ଦେଖିପାରିଲେନି ପିତା: ଦେଶ ପାଇଁ ହେଲେ ଶହୀଦ

ରାଞ୍ଚି,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଝାଡଖଣ୍ଡର ସାହିବଗଞ୍ଜର କୁନ୍ଦନ ଓଝା ଥିଲେ। ୫ ମାସ ପୂର୍ବରୁ ଘରକୁ ଆସିଥିବାବେଳେ ସେ ଗାଁରେ ଥିବା ବନ୍ଧୁମାନଙ୍କୁ ପ୍ରତିଶୃତି ଦେଇଥିଲେ ଖୁବ୍‌ଶୀଘ୍ର ପୁଣି ସାକ୍ଷାତ ହେବ କିନ୍ତୁ କିନ୍ତୁ ସେହି ପ୍ରତିଶ୍ରୁତି , ପ୍ରତିଶ୍ରୁତିରେ ହିଁ ରହିଯାଇଥିଲା। କେବଳ ଏତିକି ନୁହେଁ, କୁନ୍ଦନ ୧୭ ଦିନର ଝିଅକୁ ମଧ୍ୟ ଆଖିରେ ଦେଖିପାରିଲେ ନାହିଁ।
ସାହିବଗଞ୍ଜ ଜିଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଦିହରୀ ଗାଁର ରୁହନ୍ତି କୁନ୍ଦନଙ୍କ ପରିବାର। ତାଙ୍କର ଦୁଇ ଭାଇ ଏବଂ ଭଉଣୀ ଅଛନ୍ତି। ଦୁଇ ବର୍ଷ ପୂର୍ବେ ସୁଲତାନଗଞ୍ଜରେ ବିବାହ କରିଥିଲେ। ୧୭ ଦିନ ପୂର୍ବରୁ ତାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ଖୁବଶୀଘ୍ର ଘରକୁ ଆସି ତାଙ୍କ ଝିଅକୁ ଭେଟିବା ପାଇଁ କହିଥିଲେ। କିନ୍ତୁ ଭାଗ୍ୟରେ ବିଡମ୍ବନା ଝିଅର ମୁହଁ ବି ଦେଖିପାରିଲେ ନାହିଁ। ୨୬ ବର୍ଷୀୟ କୁନ୍ଦନ ୭ ବର୍ଷ ପୂର୍ବେ ସେନାରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନା ସେନା ଆକ୍ରମଣ କରିବାରୁ ଜଣେ କର୍ନେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି।

Share