Categories: ଖେଳ

୧୭ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଥାଇଲାଣ୍ଡକୁ ହରାଇଲା ଭାରତ

ମୁମ୍ବାଇ,୧୮ା୧୨ (ପି.ଟି.)-ଏଠାରେ ଚାଲିଥିବା ୧୭ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଏହାର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ଗେମ୍‌ରେ ଥାଇଲାଣ୍ଡକୁ ୧-୦ ଗୋଲରେ ହରାଇ ଦେଇଛି। ଏଥି ସହ ଦଳ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ କ୍ରିଟିନା ଦେବୀ ଖେଳର ୯୦+୧ ତମ ମିନିଟ୍‌ରେ ବିଜୟସୂଚକ ଗୋଲଟିକୁ ସ୍କୋର କରିଥିଲେ। ଭାରତ ଗୁରୁବାର ଫାଇନାଲରେ ସୁଇଡେନକୁ ଭେଟିବ। ଆୟୋଜକ ଦଳ ଲିଗ୍‌ ଗେମ୍‌ରେ ସୁଇଡେନଠାରୁ ୦-୩ ଗୋଲରେ ପରାସ୍ତ ହୋଇଥିଲା।

Share