୧୭ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ଶଲାବୁଢ଼ାର ବଦ୍‌ଲା

ବଲାଙ୍ଗୀର ଅଫିସ, ୮ା୧- ଆସନ୍ତା ୧୭ ତାରିଖ ବଲାଙ୍ଗୀରରେ ମୁକ୍ତିଲାଭ କରିବ ବହୁପ୍ରତୀକ୍ଷିତ କୋଶଲୀ-ସମ୍ବଲପୁରୀ ଚଳଚ୍ଚିତ୍ର ଶଲବୁଢ଼ାର ବଦ୍‌ଲା ା ଏହି ଓଡିଶାର ପ୍ରଥମ ଓ ସାରା ଭାରତର ଦ୍ୱିତୀୟ ଟ୍ରାଇଲଜି ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମଙ୍ଗଳବାର ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା ଏହି ସିରିଜ୍‌ରେ ପ୍ରଥମେ ଶଲାବୁଢ଼ା ଓ ଦ୍ୱିତୀୟରେ ଆଦିମ ବିଚାର ଚଳଚ୍ଚିତ୍ର ମୁକ୍ତିଲାଭ କରିସାରି ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଥିଲା ା ଏହି ଦୁଇ ଚଳଚ୍ଚିତ୍ର ପୃଥିବୀର ଅଧା ଦେଶର ଚଳଚ୍ଚିତ୍ର ମହୋତ୍ସବ ଗୁଡିକରେ ପ୍ରଦର୍ଶିତ ହୋଇ ବିପୁଳ ଲୋକପ୍ରିୟ ହେବା ସହ ସୁନାମ ଅର୍ଜନ କରିଥିଲା ଓ ଆଗାମୀ ଚଳଚ୍ଚିତ୍ର ଶଲାବୁଢ଼ାର ବଦ୍‌ଲା ମଧ୍ୟ ବେଶ୍‌ ଲୋକପ୍ରିୟ ହେବ ବୋଲି ବୋଲି ମହାପାତ୍ର ଆଶାପୋଷଣ କରିଥିଲେ ା ଖାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ଅପ୍ପୁ ଟ୍ରାଓଲଜିର ୬୦ ବର୍ଷରେ ଶଲାବୁଢ଼ା ଟ୍ରାଓଲଜି ତିଆରି ହୋଇଛି ବୋଲି ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଥିଲେ ା ଆନ୍ତର୍ଜାତିକ ପୁରସ୍କାର ଲାଭ କରିଥିବା ପ୍ରଥମ କୋଶଲୀ ଚଳଚ୍ଚିତ୍ର ଭୁଖାର ପ୍ରାୟ ୩୦ ବର୍ଷ ପରେ ଦ୍ୱିତୀୟ ମୁଜିକାଲ ଚଳଚ୍ଚିତ୍ର ଭାବେ ଶଲାବୁଢ଼ା ରିଲିଜ୍‌ ହେବ ା ଏହି ଚଳଚ୍ଚିତ୍ରରେ ସମୁଦାୟ ୯ଟି ଗୀତ ରହିଥିତ୍ବା ସୂଚନା ଦେଇଛନ୍ତି ା ସ୍ବର୍ଗତ କପିଳେଶ୍ୱର ମହାପାତ୍ରଙ୍କ ରଚିତ କଥା କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରର ଫଟୋ ନିର୍ଦ୍ଦେଶନା ତଥା ପ୍ରୟୋଜନା କୁମାର ସି ଦେବ ଦେଇଛନ୍ତି ଓ ସୁଶାନ୍ତ ମହାପାତ୍ର ସହକାରୀ ପ୍ରୟୋଜକ ରହିଛନ୍ତି ା ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ପଙ୍କଜ ଜାଲ ଦେଇଥିତ୍ବାବେଳେ ଏଥିରେ ବଲାଙ୍ଗୀରର ଚନ୍ଦନା ସିଂଙ୍କ ସହ ବହୁ ନୂଆ କଳାକାରଙ୍କୁ ସୁଯୋଗ ଦିଆଯାଇଛି ବୋଲି କହିଥିଲେ ା ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବରିଷ୍ଠ କଳାକାର ଅଟଳ ବିହାରୀ ପଣ୍ଡା ଅଭିନୟ କରିଛନ୍ତି ା ଶଲାବୁଢ଼ା ଭଳି ଜଣେ ମାନବବାଦୀ ଚରିତ୍ର କିଭଳି ନିଆରା ଢ଼ଙ୍ଗରେ ବଦ୍‌ଲା ନେଇଛି ଏହା ହିଁ ଚଳଚ୍ଚିତ୍ରର ମୁଖ୍ୟ କଥାବସ୍ତୁ ା ଏଥିରେ ଏକ ନିରୀହ ପ୍ରେମକାହାଣୀ ମଧ୍ୟ ରହିଛି ା ଏହି ଚଳଚ୍ଚିତ୍ରକୁ ଦର୍ଶକ ମନଭରି ଉପଭୋଗ କରିବେ ବୋଲି ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଛନ୍ତି ା ଆସନ୍ତା ୧୭ ତାରିଖ ବଲାଙ୍ଗୀରର ରୟାଲ ସିନେମା ହଲଠାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ା ଖବରଦାତା ସମ୍ମିଳନୀରେ ଗୋପାଳ ପ୍ରଧାନ, ହିମାଂଶୁ ଖମାରୀ ଉପସ୍ଥିତ ଥିଲେ ା

Share