୧୭୦ କିମି ଚାଲି ଗାଁକୁ ଫେରିଲେ ୫ ଦାଦନ ଶ୍ରମିକ

ନନ୍ଦପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ବାହାର ରାଜ୍ୟରେ କେଉଁଠି ଫସିରହିଛନ୍ତି ତ ଅନ୍ୟ କେଉଁଠୁ ଚାଲିଚାଲି ଗାଁକୁ ଫେରୁଛନ୍ତି। ଶନିବାର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦୀର୍ଘ ୧୭୦ କି.ମି. ଚାଲି ଚାଲି କୋରାପୁଟ ଜିଲା ନନ୍ଦପୁରରେ ପହଞ୍ଚିଛନ୍ତି। ସେମାନଙ୍କ ଘର ନବରଙ୍ଗପୁର ଜିଲା ସର୍ଗିଗୁଡ଼ା ଗ୍ରାମରେ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ସେମାନଙ୍କୁ ନନ୍ଦପୁରସ୍ଥିତ କ୍ଵାରାଣ୍ଟାଇନ ସେଣ୍ଟରରେ ରଖାଯିବା ସହ ଫ୍ରି କିଚେନ ଵ୍ୟଵସ୍ଥା କରାଯାଇଛି। ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି। କିନ୍ତୁ ଅପରାହ୍ନରେ ସେମାନେ ଏକ ଚାଉଳ ବୋଝେଇ ଟ୍ରକରେ ଚଢ଼ି ନିଜ ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି।

Share