ନୂଆଦିଲ୍ଲୀ,୩।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନ୍ ଏକ୍ସ ମିଡିଆ ଭ୍ରଷ୍ଟଚାର ମାମଲାରେ ଗୁରୁବାର ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ତାଙ୍କୁ ଜାମିନ ଦେଇ ନ ଥିବା ବେଳେ ତାଙ୍କୁ ପୁଣିଥରେ ବିଚାର ବିଭାଗୀୟ ଜେଲ୍କୁ ପଠାଇ ଦେଇଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ ଜେଲ୍ରେ ରହିବେ ବୋଲି ଜଣାପଡିଛି।