୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା ଅବକାରୀ ବିଭାଗ କର୍ମଚାରୀ ଗୁରୁଜଙ୍ଗ ଦେୱାନସାହି ଉପରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉକରି ୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଖୋର୍ଦ୍ଧା ସହର ମଠସାହିର ଛବିନ୍ଦ୍ର ପ୍ରଧାନ ଓରଫ ଲଣ୍ଡା(୩୭)। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ। ଛବିନ୍ଦ୍ରଙ୍କୁ ଆଜି କୋର୍ଟଚାଲାଣ କରାଯିବ।

Share