୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଟଣୀ, ୨୩।୭(ଡି.ଏନ୍‌.ଏ.): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରି ଦଳିତ ସାହିରୁ ମଙ୍ଗଳବାର ୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ନଗଦ ୬ ହଜାର ୪ଶହ ଟଙ୍କା ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ପ୍ରଶାନ୍ତ ବେହେରାଙ୍କୁ ଗିରଫ କରାଯାଇଛି। ଏ ନେଇ ଜଟଣୀ ଅବକାରୀ ସବ୍‌ଇନ୍ସପେକ୍ଟର କୌଶଲ୍ୟା ଜେନା ସୂଚନା ଦେଇଛନ୍ତି।

Share