୧୭ ଚୋରି ବାଇକ୍‌ ଜବତ, ୩ ଗିରଫ

ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍‌ ଜବତ କରି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିନାପାଲି ଥାନା କଏଟପଦର ପଞ୍ଚାୟତ ହଳଦିମୁଣ୍ଡା ଗାଁର ବନମାଳି କୋଲଥିଆ (୩୮), ପର୍ଶୁରାମ ମାଝି (୩୨) ଓ ଘାଟମାଲ ପଞ୍ଚାୟତ ତାଳାକୋଟ ଗାଁର ବାସୁଦେବ ନାଏକ (୨୪)। ବାଇକ୍‌ ମାଲିକ ଆସି ଉପଯୁକ୍ତ କାଗଜାତ ଦେଲେ ଫେରସ୍ତ କରିବୁ ବୋଲି ସଦର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡା ସଦର ବ୍ଲକ ଡୁମେରପାଣି ପଞ୍ଚାୟତ ହଳଦି ଗାଁର ଗୋବିନ୍ଦ ପାଣ୍ଡେ ତାଙ୍କ ସ୍ତ୍ରୀଙ୍କୁ ଅସ୍ତ୍ରୋପଚାର ପାଇଁ ୨୪ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୨୫ ତାରିଖ ସନ୍ଧ୍ୟାରେ ସେ ହସ୍ପିଟାଲ କ୍ୟାମ୍ପସରେ ବାଇକ୍‌ ରଖି ସ୍ତ୍ରୀଙ୍କ ପାଖକୁ ଯାଇ ଆସିଲା ବେଳକୁ ଗାଡି ନ ଥିଲା। ଗୋବିନ୍ଦ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୬୬/୨୫) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏ ନେଇ ଏକ ଟିମ ଗଠନ କରାଯାଇଥିଲା। ଟିମ ସିନାପାଲି ଥାନା ଅଞ୍ଚଳକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ହଳଦିମୁଣ୍ଡା ଗାଁରେ ଚଢାଉ କରି ମାଷ୍ଟର ମାଇଣ୍ଡ ବନମାଳିଙ୍କୁ ଧରିଥିଲା। ପରେ ବାସୁଦେବ ଓ ପର୍ଶୁରାମଙ୍କୁ ଧରି ଜେରା କରିବା ପରେ ସବୁ ରହସ୍ୟ ପଦାକୁ ଆସିଥିଲା। ସିନାପାଲି ଥାନା ଓ ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରୁ ପୋଲିସ ଟିମ୍‌ ମୋଟ ୧୭ ବାଇକ୍‌ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଚାଲାଣ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ କରନ୍ତୁ

ନୂଆଦିଲ୍ଲୀ,୧୬।୪: ଶିଶୁ ଚାଲାଣ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ...

ବସା ପୋଡ଼ାଯିବା ସତ୍ତ୍ୱେ ମୁଣ୍ଡବିନ୍ଧାର କାରଣ ପାଲଟିିଛନ୍ତି ମହୁମାଛି, ବନ ବିଭାଗକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ତେବେ ବୁଧବାର ମଧ୍ୟ...

ଭାରତରେ ପ୍ରଥମ: ଏହି ଏକ୍ସପ୍ରେସ୍ ଟ୍ରେନରେ ଆରମ୍ଭ ହେବ ATM ସେବା

ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି ହୋଇଛି। ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ...

ମୁର୍ଶିଦାବାଦରେ ହିଂସା: ଓ୍ବକଫ ବିବାଦକୁ ନେଇ କାହିଁକି ଚୁପ୍‌ ମମତା

ମୁର୍ଶିଦାବାଦ, ୧୬।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଓ୍ବକଫ (ସଂଶୋଧନ) ଆଇନ, ୨୦୨୫କୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି। ଏହି ଘଟଣାରେ ଅତିକମରେ...

Job Alert: ଟିମ୍‌ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ… 

ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍‌କୁ ମୁଖ୍ୟ...

୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ

ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ...

ତାତିଲେ ବାପି ପଣ୍ଡା, ଦେଲେ ଖୋଲା ଧମକ

ଭୁବନେଶ୍ୱର,୧୬।୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍‌କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ...

ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ବ୍ରହ୍ମପୁର ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର କର୍ମକର୍ତ୍ତାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image