୧୭ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ସମୁଦ୍ର ପତ୍ତନରୁ ୯ କି.ମି. ଉପରେ ଦକ୍ଷିଣରୁ ପଶ୍ଚିମକୁ ଏକ ବାୟୁ ପବାହିତ ହେଉଛି। ଏଥିସହିତ ମରାଠାୱାଡା, ଆଭ୍ୟନ୍ତରୀଣ କର୍ନାଟକ ଏବଂ ତାମିଲନାଡୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର, ଗଞ୍ଜାମ, ନୟାଗଡ, ବଲାଙ୍ଗୀର, ଢେଙ୍କାନାଳ, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, ଅନୁଗୋଳ, କନ୍ଧମାଳ, କେନ୍ଦ୍ରାପଡ଼ା, ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବା ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କି.ମି. ବେଗରେ ପବନ ବହିବ ବୋଲି ଜଣାପଡିଛି। ଆସନ୍ତା ୩୦ ତାରିଖ ଯାଏ ବିଭିନ୍ନ ଜିଲାରେ ଝଡବର୍ଷା ଲାଗି ରହିବ। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାରେ ସବର୍ର୍ାଧିକ ୭ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ନୂଆପଡା ଖରିଆରରେ ୫, ରାୟଗଡାରେ ୩, କନ୍ଧମାଳ ୩, ଦାରିଙ୍ଗବାଡି ୨, ନବରଙ୍ଗପୁରରେ ୧ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

Share