Categories: ଜାତୀୟ

୧୭ ପେଶାଦାରଙ୍କ ସହାୟତାରେ ନିଜର ପ୍ରଚାର କରିବ ରେଲଓ୍ବେ: ପ୍ରତି ଜୋନ୍‌ ପିଛା ବାର୍ଷିକ ଖର୍ଚ୍ଚ ହେବ ୨ କୋଟି

ନୂଆଦିଲ୍ଲୀ,୧୬।୬: ଭାରତୀୟ ରେଲଓ୍ବେ ନିଜର ପ୍ରଚାର ପାଇଁ ଅଣ୍ଟାଭିଡ଼ିଛି। ଏଥିରେ ୧୭ ପେଶାଦାର ମଙ୍ଗ ଧରିବେ। ପେଶାଦାରମାନେ ଫେସ୍‌ବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦି ପ୍ଲାଟଫର୍ମରେ ପ୍ରଚାର ଅଭିଯାନ କରିବେ। ସେମାନେ ନିଜ ନି ଜୋନ୍‌ ଲୋକସମ୍ପର୍କ ଅଧିକାରୀଙ୍କୁ ପ୍ରଚାର ଅଭିଯାନ ରିପୋର୍ଟ ପ୍ରଦାନ କରିବେ। ପ୍ରତି ଜୋନ୍‌ରେ ଏକେ ଟିମ୍‌ ଗଠନ କରାଯିବ। ଟିମ୍‌ରେ ଟିମ୍‌ ଲିଡରଙ୍କ ସହିତ ସୋସିଆଲ୍‌ ମିଡ଼ିଆ ମ୍ୟାନେଜର, କଣ୍ଟେଟ୍‌ ଆନାଲିଷ୍ଟ୍‌, କଣ୍ଟେଟ୍‌ ରାଇଟର ଏବଂ ଭିଡ଼ିଓ ଏଡିଟର ଆଦି କର୍ମଚାରୀ ରହିବେ। ପ୍ରତି ଜୋନ୍‌ରେ ଏଥି ପାଇଁ ବାର୍ର୍ଷିକ ୨ କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ଅଟକଳ କରାଯାଇଛି। ସମ୍ପ୍ରତି ୧୮ଟି ଜୋନ୍‌ରେ ପ୍ରଚାର ଅଭିଯାନରେ ୮୦ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି। ରେଲଓ୍ବେର ମୁଖ୍ୟ ପ୍ରଚାର ଅଧିକାରୀ ଏସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି କରିଥାନ୍ତି।

Share