୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଘଟନା: ଅଷ୍ଟମୀକଁର ପାସେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୧୫ା୭(ଡି.ଏନ୍‌.ଏ): କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗଁାର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି। ସେ ଆଏଜ୍‌କେ ୧୭ ବଛର ହେଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଗଲା ୭ ମାସ ହେଲା ସେ ବହୁତ ଦୁରବଲ ହେଇଯିବାର ସଂଗେ ଚାଲବୁଲ ନାଇଁ କରିପାରବାର। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ‘୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଅଷ୍ଟମୀ, ଅଭାବ ଅନାଟନରେ ଚେରମୂଲି ସାହାଭରସା’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ କୋକସରା ବିଡିଓ ବସନ୍ତ କୁମାର ସେଠିକଁର ନିରଦେଶରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ତତ୍ତ୍ୱଦର୍ଶି ଦାସକଁର ମଂଗୁଆଲତିରେ ଗୁଟେ ଡାକ୍‌ତରି ଦଲ କୁସୁମଖୁଣ୍ଟି ଗଁାରେ ପୁହୁଁଚିଥିଲା। ଡାକ୍‌ତରିଦଲ ଚନ୍ଦ୍ରଶେଖର ମାଝିକଁର ଘରକେ ଯିବାର ସଂଗେ ସେଠାନେ ଅଷ୍ଟମୀକଁର ଦିହିପା ପରୀକ୍ଷା ନିରୀକ୍ଷା କରିଥିଲେ। ସେଠାନୁ ଅଷ୍ଟମୀକୁଁ ଆମ୍ବୁଲାନ୍ସରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ସେଇ ଚିକିସତ୍ା କରାଯାଉଛେ। ବହୁତ ଜଲଦି ଉଚ ଚିକିସତ୍ା ଲାଗି ଅଷ୍ଟମୀକୁଁ ଜିଲା ମୁଖିଆ ଡାକ୍‌ତରଖାନାକେ ପଠାବାର ବେବସ୍‌ତା କରାଯିବା ବଲି ଡାକ୍‌ତରି ଦଲ ସୂଚନା ଦେଇଛନ୍‌।
ସେନ୍‌ତା ପୂରବର ସୂଚନା ହିସାବେ ଚନ୍ଦ୍ରଶେଖର ଆର ଅଷ୍ଟମୀକଁର ୪ ଝି’ ରହିଛ୍‌। ଦୁଖେସୁଖେ ବଡ଼ ଝି’କେ ବିହାଚୁରା କରିଥିଲାବେଲେ ବାକି ୩ ଝି’ ମା’ବାପ୍‌ ସଂଗେ ରହୁଛନ୍‌। ହେଲେ ଘରର ପରିସ୍ଥିତି ଲାଗି ୩ ଝି’ ଭିତରୁ ଦୁଇ ଝି’ ତୁଳସୀ ଆର ଅନା ମାଟ୍ରିକ ପାସକରି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଇଆଡ଼େ ଚନ୍ଦ୍ରଶେଖର କୁଲି ମଜୁରି କରି କୁଟୁମ ପୁଷୁଥିଲାବେଲେ ଅଭାବ ଅନାଟନ ଲାଗି ଅଷ୍ଟମୀକଁର ଚିକିସତ୍ା କରେଇ ନାଇଁପାରବାର। ପରବାରର ଦୁଖ୍‌ ଦୁରଦଶା ବାବ୍‌ଦେ ଚନ୍ଦ୍ରଶେଖର ଥାନୀୟ ଗଣମାଧ୍ୟମ ଆଘେ ବଖାନିଥିଲେ। ଗଣମାଧ୍ୟମରେ ଇ ଖବର ବାହାରଲା ଉତାରୁ ଘଟନାଟା ପରଶାସନର ନଜରକେ ଆଏବାର ସଂଗେ ଅଷ୍ଟମୀକଁର ଚିକିସତ୍ା ଲାଗି ପରଶାସନ ହାତ ବଢ଼େଇଛେ। ଥାନୀୟ ପରଶାସନର ଇ ପଦକ୍ଷେପକେ ଗଁାବାସୀ ପରଶଁସା କରିଛନ୍‌।