Categories: ଖେଳ

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌: ବ୍ରାଜିଲ ଚାମ୍ପିୟନ

ବ୍ରାସିଲା,୧୯।୧୧- ବ୍ରାଜିଲ ଚତୁର୍ଥ ଥର ପାଇଁ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଟାଇଟଲ ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ବ୍ରାଜିଲ ୨-୧ ଗୋଲରେ ମେକ୍ସିକୋକୁ ହରାଇ ଦେଇଛି। ପ୍ରଥମେ ଗୋଲ ବରଣ କରିବା ପରେ ମଧ୍ୟ ବ୍ରାଜିଲ ମ୍ୟାଚ୍‌କୁ ଫେରିବା ସହ ଘରୋଇ ଫ୍ୟାନଙ୍କ ଆଗରେ ବିଶ୍ୱକପ୍‌ ହାସଲ କରିଛି। ମ୍ୟାଚ୍‌ର ଅନ୍ତିମ ୧୦ ମିନିଟ୍‌ରେ ଘରୋଇ ଦଳ ୨ ଗୋଲ କରିଥିଲା।
ମ୍ୟାଚ୍‌ର ୬୬ତମ ମିନିଟ୍‌ରେ ବର଼୍ୟାନ ଗୋଞ୍ଜାଲେଜଙ୍କ ହେଡର ଜରିଆରେ ମେକ୍ସିକୋ ଖାତା ଖୋଲିଥିଲା। ମ୍ୟାଚ୍‌ର ଅନ୍ତିମ ୬ ମିନିଟ୍‌ ଥିବାବେଳେ ବିବାଦୀୟ ଭିଏଆର ଯୋଗୁ ବ୍ରାଜିଲକୁ ମିଳିଥିଲା ପେନାଲ୍ଟି କିକ୍‌। ଏହାକୁ କାଇଓ ଜୋର୍ଗେ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ଅତିରିକ୍ତ ୩ୟ ମିନିଟ୍‌ରେ ସବଷ୍ଟିଚ୍ୟୁଟ ଲାଜାରୋ ଏକ ଫିଲ୍ଡ ଗୋଲ ଦେଇ ବ୍ରାଜିଲ ଦଳର ବିଜୟ ସୁନିଶ୍ଚିତ କରିଥିଲା। ଏଥିସହ ଆରମ୍ଭ ହୋଇଥିବା ଘରୋଇ ଦଳ ଓ ଫ୍ୟାନ ଉତ୍ସବ। ଏହି ମ୍ୟାଚ୍‌ ଭଳି ଲାଜରୋ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ମଧ୍ୟ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ପୂରା ମ୍ୟାଚ୍‌ରେ ଉଭୟ ଦଳ ବହୁ ଗୋଲ ସୁଯୋଗ ହାତଛଡ଼ା କରିଥିଲେ। ୩ୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ନେଦରଲାଣ୍ଡକୁ ୧-୩ ଗୋଲରେ ହରାଇ ଫ୍ରାନ୍ସ ବ୍ରୋଞ୍ଜ ପଦକ ହାତେଇଛି।

Share