Categories: ଖେଳ

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌କୁ ନେଇ କଳ୍ପନା ଜଳ୍ପନା

ନୂଆଦିଲ୍ଲୀ, ୨୬ା୩ (ପି.ଟି.)-କୋଭିଡ୍‌-୧୯ ଭୟ ଯୋଗୁ ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ହୋଇ ପାରିବ କି ନା ସେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଭାରତରେ କରୋନା ଭାଇରସ୍‌ର ସଂକ୍ରମଣର ଅଗ୍ରଗତି ଉପରେ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା (ଫିଫା) ନଜର ରଖିଛି। ଏପରିକି ବିକଳ୍ପ ସାମାଧାନର ପନ୍ଥା ଖୋଜିବାରେ ଲାଗିଛି। ଭାରତରେ ଆସନ୍ତା ନଭେମ୍ବରରେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଖବର ଅନୁସାରେ ବିଶ୍ୱବ୍ୟାପୀ ୪,୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ଅଛନ୍ତି। ଏଥିରେ ୨୦, ୦୦୦ ଲୋକ ପ୍ରାଣ୍‌ ହରାଇ ସାରିଲେଣି। ଭାରତରେ ଏହାଦ୍ୱାରା ପ୍ରାୟ ୬୦୦ ଲୋକ ପ୍ରଭାବିତ ହୋଇ ସାରିଥିବାବେଳେ ୧୦ ଜଣ ମୃତ୍ୟୁ ବରଣ କରିସାରିଲେଣି।

Share