Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡିୟମ୍‌

ପଣଜୀ,୨୧ା୫- ଆସନ୍ତା ୨୦୨୦ ଜୁନ୍‌ରେ ଭାରତ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବ। ଏଥିନେଇ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ୫ ଭେନ୍ୟୁ ଚୟନ କରିଛି। ଏଥିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ସମେତ ଗୋଆ, ଅହମ୍ମଦାବାଦ, କୋଲକାତା ଓ ମୁମ୍ବାଇ ରହିଛି। ଫିଫାର ସ୍ବତନ୍ତ୍ର ଦଳ ଓ ସ୍ଥାନୀୟ ଆୟୋଜକ କମିଟି (ଏଲଓସି) ଅହମ୍ମଦାବାଦ ଗ୍ରାଉଣ୍ଡ ଯାଞ୍ଚ କରିଛି। ଏମାନେ ଗୁରୁବାର ଗୋଆ ଗସ୍ତ କରିବେ। ଏଆଇଏଏଫ୍‌ ଓ ଏହାର ଦଳମାନଙ୍କ ସହ ଓଡ଼ିଶା ସରକାରଙ୍କ ଭଲ ବୁଝାମଣା ରହିଛି। ଏଣୁ ଭୁବନେଶ୍ୱରରେ ଫିଫା ବିଶ୍ୱକପ୍‌ ଆୟୋଜନ ହେବାର ବିଶେଷ ସମ୍ଭାବନା ରହିଛି। ୩ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି।
୨୪ ଦଳକୁ ନେଇ ଅନୁଷ୍ଠିତ ପୁରୁଷ ଇଭେଣ୍ଟ ୬ ଭେନ୍ୟୁରେ ଖେଳାଯାଇଥିଲା। ହେଲେ ମହିଳା ଇଭେଣ୍ଟରେ ୧୬ ଦଳ ୪ ଭେନ୍ୟୁରେ ଖେଳିବେ।

Share