Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌: ସ୍ବିଡେନଠାରୁ ହାରିଲା ଭାରତ

ମୁମ୍ବାଇ, ୧୪ା୧୨ (ପି.ଟି.)- ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଏହାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି। ସ୍ବିଡେନଠାରୁ ଦଳ ୦-୩ ଗୋଲରେ ହାରିଯାଇଛି। ଭାରତର ରକ୍ଷଣଭାଗ ଖେଳାଳିଙ୍କ ଦୁର୍ବଳତାର ସୁଯୋଗ ନେଇ ବିଜୟୀ ଦଳ ପକ୍ଷରୁ ମାଲ୍‌ଟିଡା ଭିନ୍‌ବର୍ଗ (୪ର୍ଥ ମିନିଟ୍‌), ଇଡା ଓ୍ବିଡେନ୍‌ବର୍ଗ (୨୫ତମ) ଏବଂ ମୋନିକା ଜୋଶୁ ବାଃ (୯୦+୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ମ୍ୟାଚରେ ଷ୍ଟ୍ରାଇକର ଏସ୍‌. ଲିଣ୍ଡାକମ୍‌ ୧୧ତମ ଓ ୨୧ତମ ମିନିଟ୍‌ରେ ଭାରତ ପାଇଁ ଗୋଲ ଦେବା ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ସାଥୀ ଖେଳାଳିଙ୍କ ସହାୟତା ଅଭାବରୁ ସେ ଅସଫଳ ରହିଥିଲେ। ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ସ୍ବିଡେନ ୨-୦ରେ ଅଗ୍ରଣୀ ରହିଥିଲା। ଭାରତ ଆହୁରି ମଧ୍ୟ ଦ୍ୱିତୀୟାର୍ଦ୍ଧ ଖେଳର ୬୪ତମ ଏବଂ ୭୫ତମ ମିନିଟ୍‌ରେ ଗୋଲ ଦେବା ସୁଯୋଗ ପାଇ ଅସଫଳ ରହିଥିଲା। ଦଳ ଏହାର ପରବର୍ତ୍ତୀ ମ୍ୟାଚ ମଙ୍ଗଳବାର ଥାଇଲାଣ୍ଡ ବିପକ୍ଷରେ ଖେଳିବ।

Share