Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ରୋମାନିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୨୦।୨ (ପି.ଟି.)- ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ରେ ରୋମାନିଆକୁ ପରାସ୍ତ କରିଛି। ତୁର୍କୀର ତର୍କଲର ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଭାରତୀୟ ଦଳ ୧-୦ ଗୋଲରେ ବାଜିମାତ୍‌ କରିନେଇଥିଲା। ମ୍ୟାଚ୍‌ର ୨୯ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି ସୁଯୋଗକୁ କୌଣସି ତ୍ରୁଟି ନ କରି ପ୍ରିୟଙ୍କା ଦେବୀ ଦଳ ପାଇଁ ଏହି ବିଜୟସୂଚକ ଗୋଲଟି ଦେଇଥିଲେ। ପୂର୍ବରୁ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‌ ୩-୩ ଗୋଲରେ ଅମୀମାଂସିତ ରହିଥିଲା।

Share