୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌ ରହୁଥିବା ନୀଲାଶିଂ ପଟେଲଙ୍କର କେଶର ଲମ୍ବ ୧୯୦ ସେମି। ପୃଥିବୀର ଲମ୍ବା କେଶ ରଖିଥିବା ବାଳିକା ଭାବେ ତାଙ୍କର ନାମ ଗିଜିନ୍‌ ବୁକ୍‌ରେ ସ୍ଥାନ ପାଇଛି। ଲୋକେ ତାଙ୍କୁ ରିୟଲ ଲାଇଫ୍‌ ରାମ୍ପୁଜେଲ୍‌ ବୋଲି କହିଥାନ୍ତି। ୨୦୧୮ ନଭେମ୍ବର ୨୧ ଏବଂ ୨୦୧୯ ସେପ୍ଟେମ୍ବର ୨୨ରେ ତାଙ୍କ ନାମ ଗିଜିନ୍‌ ବୁକ୍‌ରେ ପଞ୍ଜିକୃତ କରାଯାଇଛି। ୨୦୧୮ ନଭେମ୍ବର ୨୧ରେ ତାଙ୍କ କେଶର ଲମ୍ବ ୧୭୦.୫ ସେମି ଥିଲା। ଏବେ ଏହା ପୁଣି ୧୯.୫ ସେମି ବଢ଼ିଛି। ଟିନ୍‌ଏଜର ବର୍ଗରେ ନୀଲାଶିଂଙ୍କ ନାମରେ ଏହି ରେକର୍ଡ ସ୍ଥାନୀତ କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପାଠପଢୁଥିବା ନୀଲାଶିଂ କୁହନ୍ତି ସେ ତାଙ୍କ ମା ଘରେ ପ୍ରସ୍ତୁତ କରୁଥିବା ସ୍ବତନ୍ତ୍ର କେଶ ତୈଳ ବ୍ୟବହାର କରିବା ଦ୍ୱାରା ଏହି ରେକର୍ଡ ହାସଲ କରିପାରିଛନ୍ତି।

Share