Categories: ବାଣିଜ୍ୟ

୧୭ ବର୍ଷର ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୧। ୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାର ୧୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ୍‌ ଫିଚର ବ୍ୟାରେଲ ପିଛା ୨୩ ଡଲାରକୁ ଖସିଛି। ଏହା ୨୦୦୨ ନଭେମ୍ବର ପରଠାରୁ ସର୍ବନିମ୍ନ ସ୍ତରରେ ରହିଛି। ସେହିଭଳି ଆମେରିକା ଉତ୍ପାଦନ କରୁଥିବା ଅଶୋଧିତ ତୈଳ ୨୦ ଡଲାରରୁ ନିମ୍ନକୁ ଖସିଛି। ଚାହିଦା ଖସିଥିବା ବେଳେ ଯୋଗାଣ ପୂର୍ବବତ ରହିଥିବାରୁ ଏଭଳି ସ୍ଥିିତି ଉପୁଜିଥିବା ଜଣାପଡିଛି। ଏହା ସତ୍ତ୍ୱେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଖସୁ ନ ଥିବା ଦେଖାଯାଇଛି।

Share