ଦୋହା,୩୦।୬: ଆଫଗାନୀସ୍ତାନରେ ୧୭ ବର୍ଷ ଧରି ଜାରି ରହିଥିବା ଗୃହଯୁଦ୍ଧ ଶେଷ ହେବାର ସମ୍ଭାବନା ଦେଖାଦେଇଛି। ଏନେଇ ଆମେରିକା ଏବଂ ତାଲିବାନ୍ର ପ୍ରତିନିଧିସ୍ତରୀୟ ୭ମ ପର୍ଯ୍ୟାୟ ଶାନ୍ତି ଆଲୋଚନା ଦୋହାଠାରେ ଆରମ୍ଭ ହୋଇଛି। ଏନେଇ ତାଲିବାନ୍ ମୁଖପାତ୍ର ଜବିୟୁଲାହ ମୁଜାହିଦ୍ଦ୍ ସୂଚନା ଦେଇଛନ୍ତି। ଆଫଗାନୀସ୍ତାନରେ ସେପ୍ଟେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଉଥିବା କୁହାଯାଉଛି। ଆଫଗାନୀସ୍ତାନରେ ଜାରି ରହିଥିବା ଗୃହଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। କେତେକ ଅନ୍ୟ ଦେଶରେ ମଧ୍ୟ ଶରଣ ନେଇଛନ୍ତି।