Categories: ଜାତୀୟ

୧୭ ଯାଏ ବଢ଼ିଲା ଚିଦାମ୍ବରମଙ୍କ ହାଜତ ମିଆଦ

ନୂଆଦିଲ୍ଲୀ,୪-୧୦(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାଙ୍କ ହାଜତ ମିଆଦ ବଢ଼ାଇବା ଲାଗି ସିବିଆଇ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କୁ ଅନୁରୋଧ କରିଥିଲା। ତିହାର ଜେଲ୍‌ରେ ଥିବା ୭୪ ବର୍ଷୀୟ ଚିଦାମ୍ବରମ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଘରରନ୍ଧା ଖାଦ୍ୟ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଏଥିପାଇଁ ତାଙ୍କୁ ଅନୁମତି ମିଳିଛି। ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ଲାଗି ଅନୁମତି ଦେବାରେ ଅନିୟମିତତା ନେଇ ଅଗଷ୍ଟ ୨୧ରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା।

Share