Categories: ବାଣିଜ୍ୟ

୧୭ ଯାଏ ରିମାଣ୍ଡରେ ରହିବେ ପିଏମ୍‌ସି ପୂର୍ବତନ ଏମ୍‌ଡି

ମୁମ୍ବାଇ,୬-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କର ପୂର୍ବତନ ଏମ୍‌ଡି ଜୟ ଥୋମାସଙ୍କୁ ଚଳିତ ମାସ ୧୭ ଯାଏ ପୋଲିସ ହାଜତରେ ରଖିବ। ୪,୩୫୫ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଥୋମାସଙ୍କୁ ଶନିବାର ରିମାଣ୍ଡରେ ରଖିବ ବୋଲି ସୂଚନା ରହିଛି। ଥୋମାସ ବ୍ୟାଙ୍କର ଜଣେ କର୍ମଚାରୀ ହୋଇଥିବା ବେଳେ ଜଣେ ନିଷ୍ପତ୍ତି ଗ୍ରହଣକାରୀ ନୁହଁନ୍ତି। ଋଣ ଅନାଦାୟ ହେବାରୁ ତାଙ୍କୁ ବଦନାମ କରାଯାଇଥିବା ଜୟଙ୍କ ଓକିଲ ରାକେଶ ସିଂ ଯୁକ୍ତି ବାଢିଛନ୍ତି। ଶୁକ୍ରବାର ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଜୟଙ୍କୁ ଗିରଫ କରିବା ସହ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଏସ୍‌.ଜି. ଶେଖଙ୍କ ସାମ୍ନାରେ ହାଜର କରିଥିଲା। ଉକ୍ତ ମାମଲାରେ ଥୋମାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିବାରୁ ତାଙ୍କୁ ଅଧିକ ପଚରାଉଚୁରା କରିବା ଲାଗି ରିମାଣ୍ଡ ଆବଶ୍ୟକତା ରହିଥିବା ପୋଲିସ କହିଛି।

Share