୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି ପାତ୍ର ରହିଛି। ତେବେ କେତେକ ପାତ୍ର ଭାଙ୍ଗିରୁଜି ଯାଇଥିବା ବେଳେ ଶହେଟି ପାତ୍ର ସୁରକ୍ଷିତ ରହିଛି। ଜାହାଜ ଉପରେ ଲୁଣର ମୋଟା ଆବରଣ ହୋଇଯାଇଛି। ଏହାକୁ ଛଡ଼ାଇବା ଲାଗି ଏହାକୁ ଏକ ସୁଇମିଂ ପୁଲ୍‌ରେ ୪ ମାସ ପର୍ଯ୍ୟନ୍ତ ରଖାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି। ୩୩ ଫୁଟ ଲମ୍ବ ଏବଂ ୧୬ ଫୁଟ ଚୌଡ଼ା ଜାହାଜଟି କିଭଳି ପାଣିରେ ବୁଡ଼ିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ସମୁଦ୍ର ତଳେ ଥିବା କଠିନ ପଥର ଚଟାଣରେ ଧକ୍କା ହେବା ଯୋଗୁ ଜାହାଜଟି ପାଣିରେ ବୁଡ଼ିଯାଇଥିବା କିଛି ସମୁଦ୍ର ବୁଡ଼ାଳି ମତ ଦେଇଛନ୍ତି।

Share