Categories: ଜାତୀୟ

୧୮ବର୍ଷ ପରେ ଚପଲ ପିନ୍ଧିବେ ଦେବଦାସ

କିଶନଗଞ୍ଜ,୧୩।୧୧: ବିହାରର କିଶନଗଞ୍ଜର ଦେବଦାସ ଏବେ ୧୮ ବର୍ଷ ପରେ ଚପଲ ପିନ୍ଧିବେ। ରାମମନ୍ଦିର ନିର୍ମାଣ ନହେଲେ ସେ ଚପଲ ପିନ୍ଧିବେନି ବୋଲି ୨୦୦୧ରେ ଶପଥ ନେଇଥିଲେ। ସେହିଦିନଠାରୁ ସେ ବିନା ଚପଲରେ ଯିବା ଆସିବା କରୁଥିଲେ। ଏବେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଦେବଦାସଙ୍କ ମୁହଁରେ ପୁଣି ହସ ଫୁଟିଛି। ୩୮ ବର୍ଷ ବୟସ୍କ ଦେବଦାସ ଜଣେ ସମାଜସେବୀ। ସେ ଏକ ଅନାଥ ଆଶ୍ରମ ଚଳାଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ଅନାଥ ଆଶ୍ରମର ଛୋଟ ଛୋଟ ପିଲା ବେଶ୍‌ ପ୍ରଭାବିତ ହୋଇଥିବା କୁହାଯାଉଛି।

Share