Categories: ବାଣିଜ୍ୟ

୧୮ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଅଂଶଧନ ୭୫%କୁ ହ୍ରାସ ପାଇବ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ଅଂଶଧନ ହ୍ରାସ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଆୟ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି ୧୮ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାର ଅଂଶଧନକୁ ୭୫%କୁ ହ୍ରାସ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ କରି ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରାଯିବ ବୋଲି କହିଥିଲେ। ଗତବର୍ଷ ୮୫ ହଜାର କୋଟି ଟଙ୍କା ଆଦାୟ ହୋଇଥିଲା। ସେବିର ନିୟମ ଅନୁଯାୟୀ ସରକାର ତାଲିକାଭୁକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାରୁ ଅଂଶଧନ ପ୍ରତ୍ୟାହାର କରିନେବେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସରକାର ରାଷ୍ଟ୍ରାୟତ୍ତ ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଜିଆଇସି), ନ୍ୟୁ ଇଣ୍ଡିଆ ଆସୁରାନ୍ସରୁ ୧୦ ପ୍ରତିଶତ ଲେଖାଏ ଅଂଶଧନ ବିକିବେ। ଫଳରେ ଏ ଦୁଇଟି କମ୍ପାନୀରେ ସରକାରଙ୍କ ଅଂଶଧନ ୭୫%କୁ ଖସିଆସିବ।

Share