୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା ଦୁର୍ବଳ ହେବାପରେ ଏବେ ଇଟାଲିରେ ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୪ ହଜାର ୩୨ ଛୁଇଁଛି। ଏଠାରେ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ସ୍ଥାନେ ସ୍ଥାନେ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳୁଛି। ଦିନେ ଗହଳି ଥିବା ଅଞ୍ଚଳରେ ଏବେ ପାରା ଉଡ଼ି ବୁଲୁଛନ୍ତି। ଆମେରିକାରେ ମଧ୍ୟ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୨୬୪ରେ ପହଞ୍ଚିଛି। ଆମେରିକା ସୈନ୍ୟ ବାହିନୀରେ ସଂକ୍ରମିତଙ୍କ ସଂଖ୍ୟା ୧୨୮ ହୋଇଛି। ତେଣୁ ଏବେ ସୈନ୍ୟ ବାହିନୀରେ ନିଯୁକ୍ତି ଉପରେ ସାମୟିକ କଟକଣା ଜାରି କରାଯାଇଛି। ନ୍ୟୁଜିଲାଣ୍ଡରେ ୫୩ଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଲର୍ଟ ସିଷ୍ଟମ ଲଗାଇଛନ୍ତି।

Share