Categories: ଜାତୀୟ

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ରାମଚବୁତରାଠାରେ ୧୮୮୫ଠାରୁ ପୂଜା କରାଯାଉଛି। ଏହାର ପ୍ରାମାଣିକ ତଥ୍ୟ ମଧ୍ୟ ମିଳିଛି। ଏହାର ଉତ୍ତରରେ ଧାଓ୍ବନ କହିଥିଲେ ଶୀର୍ଷ ଅଦାଲତ ଏପରି କରି ପକ୍ଷପାତ କରୁଛନ୍ତି। ମୁସଲମାନ୍‌ ପକ୍ଷଙ୍କୁ ଅଧିକ ପ୍ରଶ୍ନ କରାଯାଉଥିବାବେଳେ ହିନ୍ଦୁ ପକ୍ଷଙ୍କୁ କମ୍‌ ପ୍ରଶ୍ନ ପଚରା ଯାଉଥିବା ଧାଓ୍ବନ ଅଭିଯୋଗ କରିଥିଲେ। ସୋମବାର ମୁସଲମାନ ପକ୍ଷଙ୍କ ତଥ୍ୟ ଉପସ୍ଥାପନର ଶେଷ ଦିନ ଥିଲା। ଏହାପରେ ମଙ୍ଗଳବାର ଏବଂ ବୁଧବାର ହିନ୍ଦୁ ପକ୍ଷ ନିଜର ତଥ୍ୟ ଉପସ୍ଥାପନ କରିବେ। ଅକ୍ଟୋବର ୧୭ରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯିବ।

Share