Categories: ଖେଳ

୧୮ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ :ମାଳଦ୍ୱୀପକୁ ହରାଇ ଫାଇନାଲରେ ଭାରତ

କାଠମାଣ୍ଡୁ, ୨୮।୯ (ପି.ଟି.)- ଏଠାରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଫୁଟ୍‌ବଲ ଫେଡେରେଶନ (ସାଫ୍‌) ୧୮ ବର୍ଷରୁ କମ୍‌ ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୪-୦ ଗୋଲରେ ମାଳଦ୍ୱୀପକୁ ହରାଇ ଦେଇଛି। ଭାରତ ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମୁକାବିଲାରେ ବାଂଲାଦେଶକୁ ଭେଟିବ।
ାଳଦ୍ୱୀପ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ର ଉଭୟାର୍ଦ୍ଧରେ ଭାରତୀୟ ଖେଳାଳିମାନେ ୨ଟି ଲେଖାଏ ଗୋଲସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରାରମ୍ଭରୁ ଭାରତ ଅଗ୍ରଣୀ ନେବାରେ ସଫଳ ହୋଇଥିଲା। ୭ମ ମିନିଟ୍‌ରେ ଭାରତକୁ ଏକ କର୍ନର କିକ୍‌ ମିଳିଥିଲା। ଏହାର ଭରପୂର ଫାଇଦା ଉଠାଇ ନରେନ୍ଦ୍ର ଗେହଲଟ୍‌ ହେଡ୍‌ ଜରିଆରେ ବଲ୍‌କୁ ମାଳଦ୍ୱୀପ ଗୋଲପୋଷ୍ଟକୁ ପଠାଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ତେବେ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ମାଳଦ୍ୱୀପର ଅନାଫ ରଶିଦଙ୍କ (୪୫+୧) ଏକ ଆତ୍ମଘାତୀ ଗୋଲ ବଳରେ ଭାରତ ୨-୦ରେ ଆଗୁଆ ରହିଥିଲା। ଏହାପରେ ଦ୍ୱିତୀୟାର୍ଦ୍ଧରେ ଦୁଇ ମିନିଟ୍‌ ଅନ୍ତରରେ ଭାରତ ୨ ଗୋଲସ୍କୋର କରିଥିଲା। ୭୯ତମ ମିନିଟ୍‌ରେ ମନବୀର ସିଂ ଓ ୮୧ତମ ମିନିଟ୍‌ରେ ନିନ୍ଥୋଇଙ୍ଗାନବା ଗୋଲ ବଳରେ ଭାରତ ୪-୦ରେ ଏକପାଖିଆ ଭାବେ ମ୍ୟାଚ୍‌କୁ ଜିତିନେଇଥିଲା।

Share