Categories: ବାଣିଜ୍ୟ

୧୮ ଭାରତୀୟ କମ୍ପାନୀ ଫୋର୍ବ୍ସ ତାଲିକାରେ

ନୂଆଦିଲ୍ଲୀ,୨୫-୯: ଫୋର୍ବ୍ସର ସମ୍ମାନିତ କମ୍ପାନୀ ତାଲିକାରେ ୧୮ ଭାରତୀୟ କମ୍ପାନୀ ସ୍ଥାନ ପାଇଛି। ତନ୍ମଧ୍ୟରେ ଆଇଟି କମ୍ପାନୀ ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଏବଂ ଏଫ୍‌ଡିଏଫ୍‌ସି ସାମିଲ ହୋଇଛି। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀ ଇନ୍‌ଫୋସିସ୍‌ ବିଶ୍ୱର ସମ୍ମାନୀତ କମ୍ପାନୀ ତାଲିକାରେ ତୃତୀୟ ସ୍ଥାନ ହାସଲ କରିଛି। ବିଶ୍ୱ ପେମେଣ୍ଟ ପ୍ରଯୁକ୍ତି କମ୍ପାନୀ ଭିଜା ଏହି ତାଲିକାର ଶୀର୍ଷରେ ଏବଂ ଇଟାଲୀର କାର୍‌ କମ୍ପାନୀ ଫେରାରୀ ଦ୍ୱିତୀୟ ସ୍ଥାନରେ ରହିଛି। ଇନ୍‌ଫୋସିସ୍‌ ଗତବର୍ଷ ଏହି ତାଲିକାର ୩୧ତମ ସ୍ଥାନରେ ରହିଥିଲା। ତାଲିକାର ଶୀର୍ଷ ୧୦ କମ୍ପାନୀ ମଧ୍ୟରେ ନେଟ୍‌ଫ୍ଲିକ୍ସ ଚତୁର୍ଥ, ପେପଲ୍‌ ପଞ୍ଚମ, ମାଇକ୍ରୋସଫ୍ଟ ଷଷ୍ଠ, ଓ୍ବାଲ୍ଟ ଡିଜନୀ ସପ୍ତମ, ଟୟୋଟା ମୋଟର ଅଷ୍ଟମ, ମାଷ୍ଟରକାର୍ଡ ନବମ ଏବଂ କାଷ୍ଟକୋ ହୋଲସେଲ୍‌ ଦଶମ ସ୍ଥାନରେ ରହିଛି। ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଗୁଡ଼ିକ ହେଲେ ଇନ୍‌ଫୋସିସ୍‌(୩), ଟିସିଏସ୍‌(୨୨), ଟାଟା ମୋଟର୍ସ(୩୧), ଟାଟା ଷ୍ଟିଲ୍‌(୧୦୫), ଲାର୍ସନ ଆଣ୍ଡ ଟୁବ୍ରୋ(୧୧୫), ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା(୧୧୭), ଏଚ୍‌ଡିଏଫ୍‌ସି(୧୩୫),ବଜାଜ ଫିନ୍‌ସର୍ଭ(୧୪୩), ପିରାମଲ ଏଣ୍ଟରପ୍ରାଇଜେସ୍‌(୧୪୯), ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ(୧୫୩), ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌(୧୫୫), ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ(୧୫୭), ଓ୍ବିପ୍ରୋ(୧୬୮), ଏଚ୍‌ଡିଏଫ୍‌ଡି ବ୍ୟାଙ୍କ(୨୦୪), ସନଫାର୍ମା ଇଣ୍ଡଷ୍ଟ୍ରିଜ(୨୧୭), ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(୨୨୪), ଆଇଟିସି(୨୩୧) ଏବଂ ଏସିଆନ ପେଣ୍ଟସ(୨୪୮)। ବିଶ୍ୱର ୨୫୦ ସମ୍ମାନୀତ କମ୍ପାନୀ ତାଲିକାରେ ସର୍ବାଧିକ ୫୯ କମ୍ପାନୀ ଆମେରିକାର ବୋଲି ଜଣାପଡିଛି। ଏହାପରେ ଜାପାନ, ଚାଇନା ଓ ଭାରତର ରହିଛି। ଜାପାନ, ଚାଇନା ଓ ଭାରତର ମୋଟ ୮୨ କମ୍ପାନୀ ତାଲିକାରେ ସାମିଲ ହୋଇଛନ୍ତି। ଗତବର୍ଷ ଏହି ୩ ଦେଶର ୬୩ କମ୍ପାନୀ ଉକ୍ତ ତାଲିକାରେ ସାମିଲ ହୋଇପାରିଥିଲେ।

Share