୧୮ ଭାରତୀୟ ନାବିକଙ୍କୁ ଅପହରଣ କଲେ ଜଳଦସ୍ୟୁ

ଅବୁଜା,୫।୧୨: ନାଇଜେରିଆର ବୋନି ଅଫ୍‌ଶୋର୍‌ ଟର୍ମିନାଲ୍‌ରୁ ଏକ କଞ୍ଚାମାଲ ବୋଝେଇ ଜାହାଜରୁ ଜଳଦସ୍ୟୁମାନେ ୧୮ ଭାରତୀୟ ନାବିକଙ୍କୁ ଅପହୃତ କରିଛନ୍ତି। ସେମାନେ ଗତ ମଙ୍ଗଳବାର ରାତିରେ ଜାହାଜରୁ ୧୯ ଜଣଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତଙ୍କ ମଧ୍ୟରେ ଜଣେ ତୁର୍କୀ ନାଗରିକ ଅଛନ୍ତି। ଜାହାଜରେ ୨୬ ଜଣ କର୍ମଚାରୀ ଥିଲେ। ଏବେ ଅବଶିଷ୍ଟ ୭ ଜଣ ଜାହାଜରେ ରହିଛନ୍ତି। ସେମାନଙ୍କୁ ଅପହରଣ କରି ଜଳଦସ୍ୟୁମାନେ କେଉଁଠି ରଖିଛନ୍ତି ତାହାର ତଦନ୍ତ ଜାରି ରହିଛି।

Share