୧୮ ଶତାବ୍ଦୀର ସୁନା ମୁକୁଟ ଫେରି ପାଇଲା ଇଥୋପିଆ

ଆମଷ୍ଟରଡାମ୍‌,୨୨।୨: ନେଦରଲାଣ୍ଡ ସରକାର ଇଥୋପିଆକୁ ୧୮ ଶତାବ୍ଦୀର ଏକ ସେରିମୋନିଆଲ୍‌ କ୍ରାଉନ୍‌ ଫେରାଇଛନ୍ତି। ସୁନାରେ ତିଆରି ଏହି ମୁକୁଟ ୨୧ ବର୍ଷ ତଳେ ୧୯୯୯ରେ ଏକ ଚର୍ଚ୍ଚରୁ ଚୋରି ହୋଇଯାଇଥିଲା। ଏହାକୁ ଧାର୍ମିକ ଉତ୍ସବରେ ପାଦ୍ରୀଙ୍କ ଦ୍ୱାରା ବ୍ୟବହୃତ କରାଯାଇଥାଏ। ଇଥୋପିଆର ଧାର୍ମିକ ମନୋଭାବକୁ ଦୃଷ୍ଟିରେ ରଖି ନେଦରଲାଣ୍ଡ ସରକାର ଏକ ଉତ୍ସବର ଆୟୋଜନ କରି ଏହାକୁ ଫେରସ୍ତ କରିଛନ୍ତି। ଏହି ଉତ୍ସବରେ ଇଥୋପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଯୋଗଦେଇ ମୁକୁଟକୁ ଗ୍ରହଣ କରିଛନ୍ତି।

Share