Categories: ଖେଳ

୧୯ବର୍ଷରୁ କମ୍‌ କ୍ରିକେଟ: ଦିବ୍ୟାଂଶଙ୍କ ସ୍ଥାନରେ ସିଦ୍ଧେଶ

ନୂଆଦିଲ୍ଲୀ, ୧୦ା୧(ପି.ଟି.)- ଆଘାତପ୍ରାପ୍ତ ହୋଇଥିବାରୁ ଭାରତର ୧୯ ବର୍ଷରୁ କମ୍‌ ଅଲରାଉଣ୍ଡର ଦିବ୍ୟାଂଶ ଯୋଶୀ ଆସନ୍ତା ବିଶ୍ୱକପ୍‌ରେ ଖେଳିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଦ୍ୱିପାକ୍ଷିକ ଦିନିକିଆ କ୍ରିକେଟ ସିରିଜ ଅନ୍ତର୍ଗତ ପ୍ରଥମ ମ୍ୟାଚରେ ସେ ଆହତ ହୋଇଛନ୍ତି। ଫିଲ୍‌ଡିଂ କରୁଥିବାବେଳେ ତାଙ୍କ ଡାହାଣ ହାତ ଖଞ୍ଜା ଖସିଯାଇଛି। ଅଲ୍‌ଇଣ୍ଡିଆ ଜୁନିୟର ସିଲେକ୍ସନ କମିଟି ଦିବ୍ୟାଂଶଙ୍କ ସ୍ଥାନରେ ମହାରାଷ୍ଟ୍ରର ସିଦ୍ଧେଶ ବୀର୍‌ଙ୍କୁ ଦଳରେ ସାମିଲ କରିଛି।
୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ବୀ ଜୈସ୍ବାଲ, ତିଳକ ବର୍ମା, ଦିବ୍ୟାଂଶ ସାକ୍‌ସେନା, ଧ୍ରୁବ ଚାନ୍ଦ ଜୁରେଲ୍‌ (ଉପଅଧିନାୟକ ଏବଂ ଉଇକେଟକିପର), ଶାଶ୍ୱତ ରାଓ୍ବତ, ସିଦ୍ଧେଶ ବୀର୍‌, ସୁଭାଙ୍ଗ୍‌ ହେଗ୍‌ଡେ, ରବି ବିସ୍ନୋଇ, ଆକାଶ ସିଂ, କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋଲେକର, କୁମାର କୁଶାଗ୍ରା (ଉଇକେଟକିପର), ସୁଶାନ୍ତ ମିଶ୍ର, ବିଦ୍ୟାଧର ପାଟିଲ।

Share