୧୯ବର୍ଷ ହେଲା ତଣ୍ଡ ଗଣୁଛନ୍ତି ହିତାଧିକାରୀ

କଟକ ଅଫିସ,୨୭ା୭: ମର୍କତନଗର ସେକ୍ଟର-୧୩ରେ ଜମି କିଣିଥିବା ହିତାଧିକାରୀ ଏବେ ବି ତଣ୍ଡ ଗଣୁଛନ୍ତି। ଜମି କିଣିବାକୁ ଇତିମଧ୍ୟରେ ୧୯ବର୍ଷ ପୂରଣ ହେଲାଣି। ବର୍ଗଫୁଟ ୫୦ପଇସା ହିସାବରେ ହିତାଧିକାରୀମାନେ ନିଜସ୍ବ ଜମିର ମାପକୁ ନେଇ ୧୯ବର୍ଷ ଧରି ଗ୍ରାଉଣ୍ଡ ରେଣ୍ଟ ଦେଉଛନ୍ତି। ଠିକ୍‌ ସମୟରେ ଗ୍ରାଉଣ୍ଡ ରେଣ୍ଟ ନ ଦେଲେ ସୁଧ ମିଶାଇ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରୁଛି କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)। ୨୦୧୭ ଅଗଷ୍ଟ ୪ରେ ସିଡ଼ିଏ ପକ୍ଷରୁ ଜମି ଚିହ୍ନଟ ଓ ଚୂଡ଼ାନ୍ତ ମାଲିକାନାପତ୍ର ପ୍ରଦାନ କରାଯିବା ସହ ଘର ତିଆରି ନେଇ ପ୍ଲାନ ଅନୁମୋଦନ କରାଯାଇଥିଲା। ଆଉ କିଛି ମାସ ପରେ ଅନୁମୋଦନର ଅବଧି ଶେଷ ହେବ। ୧୯ବର୍ଷ ଧରି ଘର ତିଆରି କରିବା ନେଇ ସିଡ଼ିଏ ମୌଳିକ ସୁବିଧା ସୁଯୋଗ ପ୍ରଦାନ ନ କରିବା ଫଳରେ ଏବେ ଲୋକମାନେ ଘର ତିଆରି ନିଜ ସୁବିଧା ଅନୁଯାୟୀ ଆରମ୍ଭ କରିଛନ୍ତି। ୭୨ଟି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୭ ଜମିର ମାଲିକଙ୍କ ମୃତ୍ୟୁ ଘଟିସାରିଲାଣି। ସେକ୍ଟର-୧୩ରେ ଜମି କିଣି ଘର କରିବାର ସ୍ବପ୍ନ ଦେଖିଥିବା ଲୋକମାନେ ସିଡ଼ିଏର ଅବହେଳାରୁ ମାନସିକ ନିର୍ଯାତନା ପାଉଛନ୍ତି ବୋଲି କହିଛନ୍ତି।
୨୦୦୧ରେ ମର୍କତନଗର ସେକ୍ଟର-୧୩ ଜମି ବିକ୍ରି ହୋଇଥିଲା। ପ୍ରଥମେ ମୋଟ ୧୫୯୬ ପ୍ଲଟ ବିକ୍ରି ହୋଇଥିଲା। ସେହିପରି ଗତ ଫେବୃୟାରୀରେ ୭୦ଟି ପ୍ଲଟ ବିକ୍ରି କରାଯାଇଛି। ବି ଠାରୁ ଏଫ୍‌ ପର୍ଯ୍ୟନ୍ତ ବିଭିନ୍ନ ଆକାରର ପ୍ଲଟ୍‌ ରହିଛି। ବିକ୍ରିର ୬ବର୍ଷ ପରେ ଅର୍ଥାତ ୨୦୦୭ରେ ୬୪୫ଟି ଜମି ଚିହ୍ନଟ କରାଯାଇଥିଲା। ପରେ ଚୁପ ହୋଇ ବସି ପଡ଼ିଥିଲେ ସିଡ଼ିଏ କର୍ତ୍ତୃପକ୍ଷ। ପୁଣି ୨୦୧୭ରେ ବଳକା ଜମି ଚିହ୍ନଟ ଓ ମାଲିକାନା ପତ୍ର ପ୍ରଦାନ କରାଯାଇଥିଲା। ଘର ନିର୍ମାଣ କାର୍ଯ୍ୟ ନେଇ ହିତାଧିକାରୀମାନେ ପାଣି ବିଲ୍‌ ମାସକୁ ୧୯୮ଟଙ୍କା ଓ ବିଦ୍ୟୁତ ବାବଦକୁ ୟୁନିଟ୍‌ ପିଛା ୫ଟଙ୍କା ୭୦ପଇସା ଆକାରରେ ବିଲ୍‌ ପଇଠ କରୁଛନ୍ତି। ସିଡ଼ିଏର ଅବହେଳା ପରେ ଅତ୍ୟଧିକ ଖର୍ଚ୍ଚ ହେଲେ ମଧ୍ୟ ଗୃହ ନିର୍ମାଣ କରିବାକୁ ଜମି କ୍ରେତାମାନେ ଆଗେଇ ଆସିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜାନୁୟାରୀ ୮ରେ ସିଡ଼ିଏ କର୍ତ୍ତୃପକ୍ଷଙ୍କୁ ମୌଳିକ ସୁବିଧା ସୁଯୋଗ ଦେବା ନେଇ ଚିଠି(ନଂ ପିଜି-୦୧/୨୦୧୮-୫୮୪) ଆସିଥିଲା। ସିଡିଏ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗକୁ ପାନୀୟଜଳ ବ୍ୟବସ୍ଥା ଓ ସେସୁକୁ ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବା ନେଇ ଚିଠି ପ୍ରଦାନ କରାଯାଇଛି। ହେଲେ ଉଭୟ ବିଭାଗର କାର୍ଯ୍ୟ ଧିମା ଗତିରେ ଚାଲିଛି। ଜମିକ୍ରେତାମାନେ ଘର ତିଆରି ନିଜ ପ୍ରଚେଷ୍ଟାରେ କରିବା ଫଳରେ ଏବେ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ୍‌ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ସିଡ଼ିଏ ସଚିବ ମନୋଜ ରଞ୍ଜନ ମହାପାତ୍ର କୁହନ୍ତି, ଫନୀ ଯୋଗୁ କାମ ଆଗେଇ ପାରି ନ ଥିଲା। ଯଥାସମ୍ଭବ କାର୍ଯ୍ୟ କରାଯାଉଛି। ଖୁବ୍‌ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ...

ଆମେରିକା ପାଇଁ ଏହି ଘୃଣ୍ୟ କାମ କରାଯାଇଛି: ଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି...

ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ଠିକାଦାର

ଭୁବନେଶ୍ୱର,୨୫ା୪: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ...

ଧାରଣା ବେଳେ ଚାଷୀ ବେହୋସ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର...

ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍‌ ହେବେ ଆଉ ଲକ୍ଷେ ହିତାଧିକାରୀ, ମେ’ ଶେଷ ଯାଏ ଚାଲିବ ଆବାସ ସର୍ଭେ

ଭୁବନେଶ୍ୱର,୨୫।୪: ଓଡ଼ିଶା ସରକାର ଆଗାମୀ ମାସରେ ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଆଉ ଏକ ଲକ୍ଷ ଘର ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ପ୍ରସ୍ତୁତି କରୁଛନ୍ତି, ବୋଲି...

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

ଭୁବନେଶ୍ୱର,୨୫।୪: ମୟୁରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଆସିଛି ଆଉ ଏକ ଖୁସି ଖବର। ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ...

ରାଜ୍ୟରେ ଗଠିତ ହେଲା ୪୬ ସିଭିଲ ଜଜ୍‌ କୋର୍ଟ

ଭୁବନେଶ୍ୱର,୨୫ା୪: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟଗୁଡ଼ିକ ବାଲେଶ୍ୱର ଜିଲାର ବାଲିଆପାଳ, ସିମୁଳିଆ, ସୋର, ବାହାନଗା...

ନବ ଦାସ ହତ୍ୟା ଘଟଣା: ଗୋପାଳଙ୍କ ପୂର୍ବ କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ପୁରୁଣା କଲ୍‌ ଡିଟେଲ ଖୋଲିଛି କ୍ରାଇମବ୍ରାଞ୍ଚ। ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚର ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image