୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ନିଜ ଘର କରିଦେଇଛନ୍ତି। ରାତି ପାହି ସକାଳ ହେଲେ ଶୌଚାଳୟକୁ ସଫାକରିବା ତାଙ୍କ ପ୍ରଥମ କାମ। ପରେ ସହରର ଅନ୍ୟ କିଛି ଶୌଚାଳୟ ମଧ୍ୟ ସଫା କରିଥାନ୍ତି। ଏମିତି କରି ସେ ଦିନକୁ ପ୍ରାୟ ୭୦ରୁ ୮୦ଟଙ୍କା ରୋଜଗାର କରନ୍ତି। ସେଥିରେ ତାଙ୍କ ଦୈନନ୍ଦିନ ଖର୍ଚ୍ଚ ଚଳିଯାଏ। ସୋସିଆଲ ମିଡିଆରେ ତାଙ୍କ କାହାଣୀ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ତାଙ୍କ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଏନେଇ କରୁପାୟୀ କୁହନ୍ତି, ମୁଁ ବରିଷ୍ଠ ନାଗରିକ ପେନଶନ୍‌ ପାଇଁ ଜିଲାପାଳ ଅଫିସ୍‌ ଦୌଡି ଦୌଡି ନିରାଶ ହେଲେଣି କିନ୍ତୁ କୌଣସି ସାହାଯ୍ୟ ଏଯାଏ ମିଳନାହିଁ। ମୋ ଏକ ଝିଅ ଅଛି। କିନ୍ତୁ ସେ ମୋତେ ପଚାରୁନାହିଁ ବୋଲି ସେ କହିଛନ୍ତି।

Share