୧୯ ରାଉଣ୍ଡ: ୬୨ ହଜାର ଭୋଟରେ ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତିର ୧୯ରାଉଣ୍ଡ ଫଳାଫଳ ଆସିଯାଇଛି। ଭାଜପା ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗୁଆ ମାଡ଼ି ଚାଲିଛି। ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ୬୨ ହଜାର ୮ ଶହ ୫୪ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି। କଂଗ୍ରେସ ୩ୟ ସ୍ଥାନରେ ରହିଛି।

Share