Categories: ଜାତୀୟ

୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ମିଳୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌: ସେନାର ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧: ଶତ୍ରୁ ବିପକ୍ଷରେ ୫୫ ବର୍ଷ ତଳେ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌ ମିଳିବ। ଏନେଇ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସଶସ୍ତ୍ର ବଳ ଭୂତପୂର୍ବ ସୈନିକ ଦିବସ ଅବସରରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପାଖକୁ ଏନେଇ ଏକ ପ୍ରସ୍ତାବ ପଠାଯାଇଥିବା ସେ କହିଛନ୍ତି। ୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ଏହି ସୁବିଧା ମିଳିବ। ୨୦୧୯ରେ ସେନା ପକ୍ଷରୁ ଅବସର ଗ୍ରହଣ କରିଥିବା ୨୪୬ ଅଧିକାରୀ ଏବଂ ୧୧ ହଜାର ୫ଶହ ଜେସିଓଙ୍କୁ ନୂତନ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇଛନ୍ତି। ଏହା ସହିତ ସେନାରେ ୧୭ ଶହ ମହିଳା ପୋଲିସଙ୍କୁ ସାମିଲ୍‌ କରାଯିବ ବୋଲି ସେ କହି କହିଛନ୍ତି। ଚଳିତ ବର୍ଷ ଜାନୁୟାରୀ ୬ଠାରୁ ୧୦୧ ଜଣ ମହିଳାଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।

Share