Categories: ଫୁରସତ

୧୯୮୧ ଫୁଟ ଉଚ୍ଚରେ ତିଆରି ହେବ ହୋଟେଲ, ଯେତିକି ସୁନ୍ଦର ସେତିକି ଭୟଙ୍କର, ଜାଣନ୍ତୁ କେଉଁଠି…

ଏମିତି ଏକ ହୋଟେଲ ତିଆରି ହେବାକୁ ଯାଉଛି ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏମିତି ହୋଟେଲ ୟୁରୋପରେ ତିଆରି ହେବାକୁ ଯାଉଛି। ଏହି ହୋଟେଲକୁ ଦେଖିଲେ ଭୟରେ ଦେହ ଥରି ଉଠିବ। କିନ୍ତୁ ଏହାର ନିର୍ମାଣ ଶୈଳୀ ଖୁବ୍‌ ସୁନ୍ଦର ଏବଂ ମନଲୋଭା। ଏଠାରେ ଥାଇ ପ୍ରକୃତିକୁ ବେଶ୍‌ ଭଲ ଭାବେ ଅନୁଭବ କରିପାରିବେ ଗ୍ରାହକ।

ତୁର୍କୀର ଏକ ଷ୍ଟୁଡିଓରେ ଏହି ହୋଟେଲର ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି। ଏହି ହୋଟେଲ ଡିଜାଇନ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି। ଆର୍କିଟେକ୍ଟ ଷ୍ଟୁଡିଓ ହୟାରୀ ଅଟକ୍‌ ଦକ୍ଷିଣ ନର୍‌ଓ୍ବେରେ ୧୯୮୧ ଫୁଟ ଉଚ୍ଚରେ ଏହି ହୋଟେଲ କରିବାକୁ ପ୍ରସ୍ତାବ ରଖିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ହୋଟେଲ ତିଆରି ସରିବା ପରେ ଗ୍ରାହକମାନେ ଉଚ୍ଚରୁ ଥାଇ ପ୍ରାକୃତିକ ତଥା ମନୋରମ ଦୃଶ୍ୟ ଦେଖିପାରିବେ। ଏଥିରେ ୩/୪ଟି ଫ୍ଲୋର ନିର୍ମାଣ କରାଯାଉଛି। ପ୍ରତି ଫ୍ଲୋର୍‌ରେ ଗୋଟିଏ ଲେଖାଏ ବାଲକୋନି ରହିବ, ଯେଉଁଠି ଠିଆ ହୋଇ ଆଗନ୍ତୁକମାନେ ନର୍‌ଓ୍ବେର ସୁନ୍ଦର ଦୃଶ୍ୟରାଜି ଉପଭୋଗ କରିପାରିବେ।

ହୋଟେଲର ତଳଭାଗରେ ଏକ ସୁଇମିଂ ପୁଲ୍‌ ହେବା ପାଇଁ ମଧ୍ୟ ଯୋଜନା ରହିଛି। ଏହି ହୋଟେଲ୍‌ରେ ଝୁଲନ୍ତା ଚଟାଣ ନିିର୍ମାଣ କରାଯିବ। ସମୁଦ୍ର କିମ୍ବା ନଦୀକୂଳରେ ବସିଥିବା ପରି ଗ୍ରାହକଙ୍କୁ ଅନୁଭବ ହେବ।

Share