ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ରେ ଦିିଲ୍ଲୀରେ ଶିଖ୍ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୩ ଜଣଙ୍କୁ ସୁପ୍ରିମ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗତ ୫ ବର୍ଷ ଧରି ସେମାନେ ଦିଲ୍ଲୀର ମଣ୍ଡୋଲି ଜେଲ୍ରେ ଥିଲେ। ଏନେଇ ସୁପ୍ରିମ୍କୋର୍ଟ ଦିଲ୍ଲୀ ପୋଲିସ ଠାରୁ ମତାମତ ଲୋଡିବା ପାଇଁ ଗତ ଶୁକ୍ରବାର ନୋଟିସ୍ ଜାରି କରିଥିଲେ।