Categories: ଫୁରସତ

୧୯୯୫ କିଲୋ ଖେଚୁଡି ରାନ୍ଧିି ଗିନିଜ୍‌ ରେକର୍ଡ

ଶିମ୍‌ଲା: ହିମାଚଳ ପ୍ରଦେଶ ମଣ୍ଡି ଜିଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଏକ ସମୟରେ ଗୋଟିଏ ବାସନରେ ୧୯୯୫ କିଲୋ ଖେଚୁଡି ପ୍ରସ୍ତୁତ  କରାଯାଇଥିଲା। ଏହା ଏବେ ଗିନିଜ୍‌  ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଏହାର ପ୍ରତିନିଧି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ୯୧୮.୮ କିଲୋ ଖେଚୁଡି ପ୍ରସ୍ତୁତିର  ଓ୍ବାଲର୍‌ଡ ରେକର୍ଡ ରହିଥିଲା। ହେଲେ ଏହି ସ୍ଥାନର ଖେଚୁଡି  ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ସୂଚନାଯୋଗ୍ୟ,  ୨୫ ଜଣ ସେଫ୍‌ ପାଞ୍ଚ ଘଣ୍ଟାରେ ଏହି ଖେଚୁଡିକୁ ପ୍ରସ୍ତୁତ କରିଥିଲେ।
ଏଥିଲାଗି ୪୦୫ କିଲୋ ଚାଉଳ, ୧୯୦ କିଲୋ ଡାଲି, ୯୦ କିଲୋ ଘିଅ, ୫୫ କିଲୋ ମସଲା ଓ ୧୧୦୦ଲିଟର ପାଣି ବ୍ୟବହାର କରାଯାଇଥିଲା। ଏହାକୁ ଏକ ପିତ୍ତଳ ବାସନରେ ତିଆରି କରାଯାଇଥିବା ବେଳେ ଏଥିପାଇଁ ଏକ ସ୍ବତନ୍ତ୍ର ଚୁଲି କରାଯାଇଥିଲା। ଏହି ବାସନ ସାଢ଼େ ୫ ଫୁଟ୍‌ ଉଚ୍ଚ ଓ ୭ଫୁଟ୍‌ ଚଉଡା ରହିଥିବା ବେଳେ ଏହାକୁ ଚୁଲିରେ ବସାଇବା ପାଇଁ କ୍ରେନ୍‌ର ସାହାଯ୍ୟ ନିଆଯାଇଥିଲା। ୧୯୯୫ କିଲୋ ଖେଚୁଡିକୁ ପ୍ରାୟ ୨୦ହଜାର ଲୋକଙ୍କୁ ପରଷା ଯାଇଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ତାପାଣିରେ ଆୟୋଜନ କରାଯାଇଥିବା ଖେଚୁଡି ମୁଖ୍ୟ ଆକର୍ଷଣ ରହିଥିଲା ବୋଲି ମୁଖ୍ୟ ସେଫ୍‌ ଏନ୍‌ଏଲ୍‌ ଶର୍ମା କହିଛନ୍ତି।

Share