୧୯ କୋଟିରେ ନିଲାମ ହେବ ଚନ୍ଦ୍ର ପଥର

ଲଣ୍ଡନ,୪।୫: ବ୍ରିଟେନ୍‌ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍‌ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍‌ରେ ରଖାଯାଇଛି। ଏହାକୁ ଏନ୍‌ଡବ୍ଲ୍ୟୁଏ-୧୨୬୯୧ ଭାବେ ନାମିତ କରାଯାଇଛି। ପୃଥିବୀ ପୃଷ୍ଠରେ ମିଳିଥିବା ଏହା ହେଉଛି ୫ମ ସର୍ବ ବୃହତ୍‌ ଟୁକୁଡ଼ା। ଏହାର ଆକାର ଏକ ଫୁଟବଲ ପରି। ପୃଥିବୀରେ ମୋଟ ୬୫୦ କିଲୋଗ୍ରାମ୍‌ ଓଜନର ଚନ୍ଦ୍ର ପଥର ଖଣ୍ଡ ରହିଛି। ଏଗୁଡ଼ିକ ଉଲକା ପିଣ୍ଡ ଦ୍ୱାରା ପୃଥିବୀରେ ଖସି ପଡ଼ିଥିଲା। ପରବର୍ତ୍ତୀ ସମୟରେ ପଥରଖଣ୍ଡ ଗୁଡ଼ିକୁ ଆମେରିକା ଆପୋଲୋ ମିଶନରେ ଅଣାଯାଇଥିବା ଚନ୍ଦ୍ରର ପଥର ଟୁକୁଡ଼ା ସହିତ ପରୀକ୍ଷା କରାଯାଇଥିଲା ଜଣା ପଡ଼ିଥିଲା। ଏସବୁରେ ସାମ୍ୟତା ରହିଥିବା କ୍ରିଷ୍ଟି ନିଲାମ ହାଉସ୍‌ ମୁଖ୍ୟ ଜେକ୍ସ୍‌ ହାଇସ୍ଲୋପ୍‌ କହିଛନ୍ତି।

Share