୧୯ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

କଟକରୋଡ଼,୧୪।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀ ପଡ଼ିଆ ବସ୍ତରେ କମିଶନରେଟ ପୋଲିସ କୁଇକ ଆକ୍ସନ ଟିମ୍‌ (କ୍ୟୁଏଟି) ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଚଢ଼ାଉକରି ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ସେହି ବସ୍ତିରେ ରହୁଥିବା କୁନି ସେଠୀ। ତାଙ୍କ ନିକଟରୁ ୧୯ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। କୁନିଙ୍କୁ ଧରିବା ପରେ ଲକ୍ଷ୍ମୀସାଗର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି।

Share