୧୯ ଝନ୍‌ ଭୂମିହୀନ ପାଏଲେ ଘରଡ଼ିହ ପଟ୍ଟା

ବିନିକା, ୧୧।୭(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅଧୀନ ୧୯ ଝନ୍‌ ଭୂମିହୀନ ହିତାଧିକାରୀକୁଁ ବସୁନ୍ଧରା ଯୋଜନାରେ ବୁଧୁବାର ଘରଡ଼ିହ ପଟ୍ଟା ଦିଆଯାଇଛେ। ଇ କାଯ୍‌କରମରେ ବିନିକା ତହସିଲଦାର ଅଲେଖ ଘୁଟା ନିଜେ ହିତାଧିକାରୀମାନକୁ ଘରଡ଼ିହ ପଟ୍ଟା ବଁାଟିଥିଲେ। ତହସିଲ ଅଧୀନ ସିଂଘିଯୁବା, ସିନ୍ଦୁରପୁର ରାଜସ୍ବ ସର୍କଲର ୧୯ ଝନ୍‌ ଭୂମିହୀନ ହିତାଧିକାରୀକଁୁ ପଟ୍ଟା ଦିଆଯାଇଛେ। ସିନ୍ଦୁରପୁର ସର୍କଲରୁ କୁମୁଦିନୀ ଷାଣ୍ଢ, ଟିକିଲି ସାହୁ, ପୁଷ୍ପାଳୀ ବାରିକ, ଲିପିକା ନାଏକ, ଗୁଲା ବାରିକ, ତପସ୍ବିନୀ ନାଇକ, ସୁଜାତା ନାଏକ, କବିତା ନାଏକ, ରୀନା ନାଏକ, ସୁଲୋଚନା ସେଠୀ, ସମାରୀ ବିଶି, ଘୁଡ଼ି ନାଏକ, ବୁନ୍ଦାବତୀ ମାଝୀ, କାନ୍ତୀ ବିଶି, ପାଇକି ନାଏକ ଏନ୍‌ଥେଇ ୧୫ ଝନ୍‌କୁ ଘରଡ଼ିହ ପଟ୍ଟା ଦିଆଯାଇଛେ। ସେନ୍‌ତା ସିଂଘିଯୁବା ସର୍କଲରୁ କଳାବତୀ ଝରା, ବୁଢ଼ିଆଣି ଝରା, ପାନ ବଗର୍ତ୍ତି ଆର ସନ୍ତୋଷିନୀ ହାତୀ ସମେତ ୪ ଝନ୍‌କୁ ଘରଡ଼ିହ ପଟ୍ଟା ଦିଆଯାଇଛେ। ଏହେଦେ ଇ ୧୯ ଝନ୍‌ ହିତାଧିକାରୀ ଘରଡ଼ିହ ପଟ୍ଟା ପାଏଲା ଉତାରୁ ଆବାସ ଯୋଜନାର ଲାଭ ଉଠେଇ ପାରବେ। ସିଂଘିଯୁବା ଆର ସିନ୍ଦୁରପୁର ରାଜସ୍ବ ସରର୍କଲରେ ରହିଥିବାର ଅନେକ ସରକାରୀ ଜମିକେ ଜିଓଟେଗ୍‌ କରାଯାଇଛେ। ସେ ହିସାବେ ଆଗ୍‌କେ ଆହୁରି ଅନେକ ଭୂମିହୀନ ଘରଡ଼ିହ ପଟ୍ଟା ପାଏବାର ଆଶ୍‌ ରହିଛେ। ଇ ପଟ୍ଟା ବଁଟା କାଯ୍‌କରମରେ ବିନିକା ତହସିଲଦାର ଅଲେଖ ଘୁଟା, ତହସିଲ ସୁପରଭାଇଜର ଦାରାସିଂ ବରିହା, ସିଂଘିଯୁବା ଆର୍‌ଆଇ ନୀଳମଣି କୁଅଁର, ସିନ୍ଦୁରପୁର ଆର୍‌ଆଇ ବିବେକାନନ୍ଦ ତ୍ରୀପାଠୀ ଉପସ୍ଥିତ ଥିଲେ।