ଅମୃତସର,୧୫।୫: ଭାରତ ୧୯ଜଣ ପାକିସ୍ତାନୀ ବନ୍ଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଛି। ସେମାନେ ଅଟାରି-ଓ୍ବାଘା ବର୍ଡର ଦେଇ ପାକୀସ୍ତାନରେ ପହଞ୍ଚିଛନ୍ତି। ସେମାନେ ଭାରତରେ ବେଆଇନଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ପାକିସ୍ତାନ ଏପ୍ରିଲ୍ ୩୦ରେ ୫୫ ଜଣ ଭାରତୀୟ ଧୀବରଙ୍କ ସମେତ ମୋଟ ୬୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଥିଲା। ପାକିସ୍ତାନ ଜେଲରେ ଦଣ୍ଡଭୋଗୀ ସାରିଥିବା ଥିବା ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଭାରତ ଏପ୍ରିଲ୍ ୯ରେ ଏକ ଚିଠି ଲେଖିଥିଲା।