୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ ପାଇଛନ୍ତି। ତେବେ ମାଲକାନଗିରି ଜିଲାରୁ ପ୍ରଥମ କରି ଜଣେ ଯୁବକ ରାଜ୍ୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇବା ନେଇ ଜିଲାରେ ଖୁସିର ଲହରି ଖେଳିଯାଇଛି। ଗୁରୁବାର ସମ୍ବଲପୁରଠାରେ ହେବାକୁ ଥିବା ପ୍ରଥମ ଟୁର୍ନାମେଣ୍ଟରେ ଶାହା ପ୍ରଥମ ଥର ଖେଳିବେ। ସେ ମାଲକାନଗିରି ଜିଲା ଜଗଦ୍ଦିିଶ ରାଓ କ୍ରିକେଟ କ୍ଲବ ପକ୍ଷରୁ ଖେଳୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ମାଲକାନଗିରି ଓସିଏ ସଙ୍ଗଠନର ସମ୍ପାଦକ ହୃଦାନନ୍ଦ ସାହୁ, କ୍ରିକେଟ ଆସୋସିଏସନ ସଭାପତି ଏମ୍‌ଡି ଫାରୁକ୍‌ଙ୍କ ସମେତ ବହୁ କ୍ରିକେଟପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।