Categories: ଖେଳ

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି। ତୁର୍କୀରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ୨-୧ ଗୋଲରେ ପରାସ୍ତ ହୋଇଛି। ଭାରତ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ୩୪ତମ ମିନିଟ୍‌ରେ ଓମାନ ପ୍ରଥମ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ୫୩ତମ ମିନିଟ୍‌ରେ ନିନ୍‌ଥୋଇ ଫ୍ରି କିକ୍‌ ଜରିଆରେ ଗୋଲ ଦେବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତେବେ ୬୮ତମ ମିନିଟ୍‌ରେ ଭାରତ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଗିଭସନ ସିଂ ଏହି ଗୋଲ ସ୍କୋର କରି ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ୭୮ତମ ମିନିଟ୍‌ରେ ଭାରତୀୟ ଡିଫେନ୍ସକୁ ଭେଦ କରି ଓମାନ ଆଉ ଏକ ଗୋଲ ଦେଇ ୨-୧ରେ ଅଗ୍ରଣୀ ହାସଲ କରି ଶେଷରେ ବିଜୟୀ ହୋଇଥିଲା।

Share