Categories: ଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ବାଂଲାଦେଶକୁ ୧୭୮ ରନ୍‌ ଦରକାର

ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟର ଫାଇନାଲ ଖେଳୁଥିବା ବାଂଲାଦେଶକୁ ଇତିହାସ ରଚିବା ପାଇଁ ୧୭୮ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏକଦା ୧ ଉଇକେଟ ହରାଇ ୧୦୩ ରନ୍‌ କରିଥିଲା। ଲାଗୁଥିଲା ବଡ଼ ସ୍କୋର କରିବ। କିନ୍ତୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ତାସ ଘର ଭଳି ଭୁଷୂଡ଼ି ପଡ଼ିଥିଲା। ଫଳରେ ଦଳ ୪୭.୨ ଓଭରରେ ୧୭୭ ରନ୍‌ରେ ସୀମିତ ରହିଥିଲା। ଯଶସ୍ବୀ ଜୟସ୍ବାଲ ସର୍ବାଧିକ ୮୮, ତିଲକ ବର୍ମା ୩୮ ଓ ଧ୍ରୁବ ଜୁରେଲ ୨୨ ରନ୍‌ କରିଥିଲେ। ଅନ୍ୟ କେହି ଦୁଇ ଅଙ୍କ ସ୍କୋର ସ୍ପର୍ଶ କରିପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ ଉଇକେଟ ନେଇଥିବାବେଳେ ତାନଜିମ ହସନ ସାକିବ ଓ ଶାରିଫୁଲ ଇସଲାମ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share