Categories: ଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ପାକିସ୍ତାନ ଦଳରେ ନସିମ ଶାହ

କରାଚି, ୬।୧୨ (ପି.ଟି.)- ଜାନୁୟାରୀ ୧୭ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ପ୍ରତିଯୋଗିତା ଲାଗି ଶୁକ୍ରବାର ପାକିସ୍ତାନ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବାମହାତୀ ଷ୍ଟାର୍‌ ବୋଲର ନସିମ ଶାହଙ୍କୁ ସ୍ଥାନ ମିଳିଛି। ନିକଟରେ ଶାହ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ନିକଟରେ ପାକିସ୍ତାନ ଜୁନିୟର କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଇଜାଜ ଅହମ୍ମଦ ଯୁବ ବିଶ୍ୱକପ୍‌ ପ୍ରତିଯୋଗିତାରେ ଖେଳିବା ଲାଗି ନସିମଙ୍କୁ ସିନିୟର ଦଳରୁ ରିଲିଜ ପାଇଁ ଓ୍ବାକର ୟୁନିସଙ୍କୁ ଅନୁରୋଧ କରିଥିଲେ। ୟୁନିସ ବର୍ତ୍ତମାନ ସିନିୟର ଦଳର ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଦିନରେ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଥିଲେ ମଧ୍ୟ ପାକିସ୍ତାନ ମୁଖ୍ୟ ଚୟନ କର୍ତ୍ତା ମିସ୍‌ବା-ଉଲ୍‌-ହକ ଓ ୟୁନିସ ଉଭୟ ଇଜାଜଙ୍କ ଅନୁରୋଧକୁ ରକ୍ଷା କରି ନସିମଙ୍କୁ ଯୁବ ବିଶ୍ୱକପ୍‌ରେ ଅଂଶଗ୍ରହଣ ଲାଗି ସୁଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୧୬ ବର୍ଷୀୟ ନସିମ ନିକଟରେ ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ନିଜ ଗତି ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

Share